Categories: ଜାତୀୟ

ନେତାନ୍ୟାହୁଙ୍କୁ ବିନା ବିଚାରରେ ଗୁଳି କରିଦେବା ଉଚିତ: କଂଗ୍ରେସ ଏମପିଙ୍କ ବିବାଦୀୟ ମନ୍ତବ୍ୟ…

ଥିରୁଭାନନ୍ତପୁରମ,୧୮।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ କଂଗ୍ରେସ ଇସ୍ରାଏଲର ଆକ୍ରମଣକୁ ନରସଂହାର ବୋଲି କହିଛି। ଏଥିରେ ପାଲେଷ୍ଟାଇନକୁ ସମର୍ଥନ କରି କଂଗ୍ରେସ ଏକ ବିବୃତ୍ତି ଦେଇଛି। କଂଗ୍ରେସ ଏମପି ରାଜମୋହନ ଉନିଥାନ ଶନିବାର କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବିନା ବିଚାରରେ ଗୁଳି କରାଯିବା ଉଚିତ।

ପାଲେଷ୍ଟାଇନକୁ ସମର୍ଥନ କରି କେରଳର କାସରଗୋଡରେ ଆୟୋଜିତ ଏକ ରାଲିରେ ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ନୁର୍ନବର୍ଗ ମଡେଲକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ। ନରସଂହାର ପାଇଁ ଦାୟୀ କରି ନାଜିମାନଙ୍କୁ ନୁର୍ନବଗର୍ର୍ରେ ବିଚାର ଲାଗି ହାଜର କରାଯାଇଥିଲା।

ସେ କହିଛନ୍ତି ଯେଉଁମାନେ ଜେନେଭା କନଭେନଶନ ଅଧୀନରେ ସମସ୍ତ ଚୁକ୍ତି ଭଙ୍ଗ କରିଥିବା ଲୋକଙ୍କ ବିରୋଧରେ କେଊଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଯୁଦ୍ଧ ଅପରାଧରେ ନାଜିମାନଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନୁର୍ନବର୍ଗରେ ବିଚାର ଲାଗି ହାଜର କରାଯାଇଥିଲା।

ନୁର୍ନବର୍ଗ ମଡେଲ ଅଧୀନରେ ଯୁଦ୍ଧ ଅପରାଧରେ ଅଭିଯୁକ୍ତମାନଙ୍କୁ ବିନା ବିଚାରରେ ଗୁଳି କରାଯାଇଥିଲା। ବର୍ତ୍ତମାନ ସମୟ ଆସିଛି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୁର୍ନବର୍ଗ ମଡେଲ କାର୍ଯ୍ୟକାରୀ କରାଯିବା ଉଚିତ। ଆଜି ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଅପରାଧୀ ଭାବରେ ବିଶ୍ୱ ସମ୍ମୁଖରେ ଠିଆ ହୋଇଛନ୍ତି। ପାଲେଷ୍ଟାଇନୀୟମାନଙ୍କୁ ସେମାନଙ୍କ ସୈନ୍ୟବାହିନୀ ଦ୍ୱାରା କରାଯାଇଥିବା ଅତ୍ୟାଚାର ପାଇଁ ବିନା ବିଚାରରେ ହତ୍ୟା ନେତାନ୍ୟାହୁଙ୍କୁ ଗୁଳି କରି ହତ୍ୟା କରିବାର ସମୟ ଆସିଛି।

 

 

Share