ଯୁଦ୍ଧ ଉପରେ ନଜର ରଖିବା ପାଇଁ ଓ୍ବାର କ୍ୟାବିନେଟ ଗଠନ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ,୧୨।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ହମାସ୍‌ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହାରି ଭିତରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଉପରେ ନଜର ରଖିବା ପାଇଁ ଏକ ଓ୍ବାର କ୍ୟାବିନେଟ ଗଠନ କରିଛନ୍ତି।

ତିନି ସଦସ୍ୟ ବିଶିଷ୍ଟ କମିଟିକୁ ନେଇ ଓ୍ବାର କ୍ୟାବିନେଟ କାର୍ଯ୍ୟ କରିବ। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କିଛି ମନ୍ତ୍ରୀ, ବିରୋଧୀ ଦଳ ଦେତା ଏବଂ ବରିଷ୍ଠ ସାମରିକ ସୈନ୍ୟମାନେ ସାମିଲ ହୋଇଛନ୍ତି। ତେବେ ଓ୍ବାର କ୍ୟାବିନେଟକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜେ ପରିଚାଳନା କରିବେ। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ନେତାନ୍ୟାହୁ ହମାସକୁ ଧ୍ୱଂସ କରିବାକୁ ଶପଥ ନେଇଛନ୍ତି। ସେ ଦେଶକୁ ସମ୍ବୋଧିତ କରି କହିଛନ୍ତି, ହମାସର ପ୍ରତ୍ୟେକ ସଦସ୍ୟ ଜଣେ ମୃତ ବ୍ୟକ୍ତି।

Share