ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଡା ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁନାହୁଁ। ଏହା ଅତ୍ୟନ୍ତ ନିଷ୍ଠୁର ଢଙ୍ଗରେ ଆମ ଉପରେ ଲାଗୁ କରାଯାଇଛି। ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରି ନାହିଁ, କିନ୍ତୁ ଆମେ ଏହାକୁ ଶେଷ କରିବୁ। ଏଥିପାଇଁ ସେମାନଙ୍କୁ ମୂଲ୍ୟ ଦେବାକୁ ପଡିବ ଏବଂ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ହାମାସ ଆକ୍ରମଣରେ ୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୩୦୦ ରୁ ଅଧିକ ଇସ୍ରାଏଲ ଆହତ ହୋଇଛନ୍ତି। ଏଥି ସହିତ ହମାସ ଆକ୍ରମଣ ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କ୍ରମାଗତ ଭାବରେ ଗାଜା ଉପରେ ବୋମା ମାଡ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲର ଆକ୍ରମଣରେ ୬୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩,୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି।

Share