ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ହମାସ୍‌ ମୁଖ୍ୟ ୟହୟା ସିନ୍‌ଓ୍ବାରଙ୍କୁ ଗୁରୁବାର ଇସ୍ରାଏଲୀ ସେନା ରକେଟ ମାଡ଼ରେ ନିପାତ କରିଥିଲା। ଶୁକ୍ରବାର ଆକ୍ରମଣ ବେଳର ଭିଡିଓ ଜାରି କରି ଇସ୍ରାଏଲ୍‌ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି। ଏହି ଭିଡିଓ ଜାରିର କିଛି ଘଣ୍ଟା ପରେ ନେତାନ୍ୟାହୁ ଗାଜାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ହମାସ୍‌ ଯଦି ଅସ୍ତ୍ର ତ୍ୟାଗ ସହ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବ, ତେବେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯିବ। ଏହା ତାଙ୍କର ସ୍ପଷ୍ଟ ସନ୍ଦେହ ବୋଲି ସେ ଅଭିହିତ କରିଛନ୍ତି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଆକ୍ରମଣ ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଣବନ୍ଦୀ କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁକ୍ତ ହୋଇସାରିଥିବାବେଳେ ୨୩ ଦେଶର ଆହୁରି ୧୦୧ ଜଣ ଏବେ ମଧ୍ୟ ଆତଙ୍କବାଦୀଙ୍କ କବ୍‌ଜାରେ ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ମୁକୁଳାଇ ଆଣିବା ପାଇଁ ଯାହା ଆବଶ୍ୟକ ସବୁ କରିବା ଲାଗି ଇସ୍ରାଏଲ୍‌ ପ୍ରତିଶ୍ରୁତିବଦ୍ଧ। ପଣବନ୍ଦୀମାନଙ୍କୁ ମୁକ୍ତ ନ କଲେ ହମାସ୍‌କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ...

ଚଳିତ ବର୍ଷ ଦ୍ୱିତୀୟଥର ରୁଷିଆ ଯିବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୧୦: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ...

ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ...

ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ...

କିଏ ସମ୍ଭାଳିବେ ହମାସର ଗୁରୁ ଦାୟିତ୍ୱ? ଲିଷ୍ଟରେ ରହିଛି ଏହି ନେତାଙ୍କ ନାମ

ତେଲ ଅଭିଭ,୧୮।୧୦: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିବା ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଗତକାଲି (ଅକ୍ଟୋବର ୧୭) ହତ୍ୟା...

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି।...

କାଲି ଶେଷ ହେବ ଯୁଦ୍ଧ! ନେତାନ୍ୟାହୁଙ୍କ ବଡ ଘୋଷଣା, ହମାସ ସାମ୍ନାରେ ରଖିଲେ ବଡ଼ ସର୍ତ୍ତ

ତେଲ ଅଭିଭ,୧୮।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ହମାସର ନେତା ୟାହିୟା ସିନୱାରଙ୍କ ହତ୍ୟା ପରେ ସେ ଗାଜାବାସୀଙ୍କୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri