Categories: ଖେଳ

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡମ,୭।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଅନେକ ଦେଶ ଏଥିପାଇଁ ଦଳ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ଦଳ ଘୋଷଣା କରିଛି। ନେଦରଲ୍ୟାଣ୍ଡ୍ସ ଏଥର ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ଦେଇଛି। ଏହି ଦଳରେ ଋଲୋଫ ବେନ୍‌ ଡେର୍‌ ମେରୱେ ଏବଂ କୋଲିନ ଆକ୍କର୍ମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଏଥର ବିଶ୍ୱକପ୍‌ରେ ନେଦରଲ୍ୟାଣ୍ଡ୍ସର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ, ଯାହା ଅକ୍ଟୋବର ୬ରେ ଖେଳାଯିବ।

ବିଶ୍ୱକପ ୨୦୨୩ପାଇଁ ନେଦରଲ୍ୟାଣ୍ଡ୍ସ ଦଳ: ସ୍କଟ ଏଡୱାର୍ଡସ (ଅଧିନାୟକ), ମ୍ୟାକ୍ସ ଓ’ଡାଉଡ, ବାସ ଡି ଲିଡେ, ବିକ୍ରମ ସିଂ, ତେଜା ନିଦାମାନୁରୁ, ପଲ ଭାନ ମିକେରେନ, କୋଲିନ ଆକ୍କର୍ମାନ, ଋଲୋଫ ବେନ୍‌ ଡେର୍‌ ମେରୱେ, ଲୋଗାନ ଭାନ ବିକ, ଆର୍ଯ୍ୟନ ଦତ୍ତ, ରିଆନ କ୍ଲିନ, ୱେସଲି ବାରେସି, ସାକିବ ଜୁଲଫିକାର, ଶରିଜ ଅହମ୍ମଦ, ସାଇବ୍ରାଣ୍ଡ ଏଙ୍ଗେଲବ୍ରେକ୍ଟ।

Share