Categories: ଖେଳ

ମାଲେସିଆକୁ ୪-୦ରେ ପରାଜିତ କଲା ନେଦରଲାଣ୍ଡ…

ରାଉରକେଲା,୧୪।୧: ଶନିବାର ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଶ୍ୱକପର ପୁଲ ସି ମ୍ୟାଚରେ ନେଦରଲାଣ୍ଡ ମାଲେସିଆକୁ ୪-୦ ଗୋଲରେ ପରାଜିତ କରିଛି।

ଥିଜ ଭ୍ୟାନ ଡ୍ୟାମ ବିଂଶତମ ମିନିଟରେ ଏକ ଗୋଲ ଦେଇ ଡଚ ଟିମ୍‌ ନେଦରଲାଣ୍ଡକୁ ଆଗୁଆ ରଖିଥିଲେ। ଜିପ ଜନସେନ ଚାରି ମିନିଟ ପରେ ଗୋଟିଏ ଗୋଲ ଦେଇ ଏହାକୁ ୨-୦ କରିଥିଲେ। ଅମିରୁଲ ଆଜାହରଙ୍କର ଏକ ଅନାବଶ୍ୟକ ଟ୍ୟାକ ପାଇଁ ଏକ ପେନାଲ୍ଟି ଷ୍ଟ୍ରୋକକୁ ସହଜରେ ସେ ଗୋଲରେ ପରିଣତ କରିଥିଲେ। ଏହାପରେ ନେଦରଲାଣ୍ଡ ଅନ୍ୟ ଦୁଇଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଜିତିଥିଲା।

Share