Categories: ଖେଳ

ଇତିହାସ ରଚିଲା ନେଦରଲ୍ୟାଣ୍ଡ୍ସ: ୧୪-୦ ଗୋଲରେ ଚିଲି ପରାସ୍ତ

ଭୁବନେଶ୍ୱର,୧୯।୧: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଇତିହାସ ରଚିଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଚିଲିକୁ ୧୪-୦ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡ୍ସ। ଏହି ବିଜୟ ସହ ନେଦରଲ୍ୟାଣ୍ଡ୍ସ ସିଧାସଳଖ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପଟେ ଚିଲି ବିଶ୍ୱକପ୍‌ରୁ ବିଦାୟ ନେଇଛି।

Share