Categories: ଖେଳ

ଟସ୍‌ ଜିତି ନେଦରଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି: ସେମିଫାଇନାଲ ଖେଳିବା ଆଶା ମଜବୁତ କରିବାକୁ ଚେଷ୍ଟା

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବୋଲିଂ କରିବ। ଧର୍ମଶାଳାରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ସୃଷ୍ଟି କରିବା ସହ ବିଶ୍ୱପକ୍‌ର ପ୍ରଥମ ବିଜୟ ହାସଲ କରିଥିଲା। ଶନିବାର ଏହି ଦଳ ନିଜର ବ୍ୟାଟିଂ ଦକ୍ଷତା ବୃଦ୍ଧି କରି ଲଗାତାର ବିଜୟ ସହ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛି।

ନେଦରଲାଣ୍ଡ୍ସର ୩ ବ୍ୟାଟର୍‌ ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ ଏବଂ କଲିନ ଅକରମାନ ଦଳକୁ ଏପର୍ଯ୍ୟନ୍ତ ଭଲ ଷ୍ଟାଟ ଦେଇପାରି ନାହାନ୍ତି। ଫଳରେ ମଧ୍ୟଭାଗ ଉପରେ ଅତିରିକ୍ତ ଚାପ ରହୁଛି। ହେଲେ ବିଶ୍ବକପ ଦାବିଦାର ଦକ୍ଷିଣ ଆଫ୍ରିକାକୁ ହରାଇ ଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପୂର୍ବରୁ ଦଳର ମନୋବଳ ଦୃଢ ରହିଛି। ତେଣୁ ଏହି ମ୍ୟାଚ ଜିତି ଦଳ ଦୀର୍ଘ ୧୨ ବର୍ଷ ପରେ ବିଶ୍ବକପ୍‌ ସେମିଫାଇନାଲ ଖେଳିବାକୁ ଆଶା ରଖିଛି।

Share