ଆମଷ୍ଟରଡର୍ମ,୪।୪: ନେଦରଲାଣ୍ଡରେ ମଙ୍ଗଳବାର ହୋଇଥିବା ଏକ ରେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ହୋଇଥିଲା ଯେତେବେଳେ ଟ୍ରେନଟି ନିର୍ମାଣ ଉପକରଣ ସହ ପିଟି ହୋଇ ଟ୍ରାକରୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଦୁର୍ଘଟଣା ହେଗ ନିକଟରେ ଓ୍ବୁସେଂଟେନ ନାମକ ଅଞ୍ଚଳରେ ହୋଇଛି।
ଖବର ଅନୁଯାୟୀ, ଲେଡେନ ସହରରୁ ହେଗ ଯାଉଥିବା ଏକ ଟ୍ରେନ୍ ଟ୍ରାକରେ ଥିବା ନିର୍ମାଣ ଉପକରଣ ସହ ପିଟି ହୋଇଯାଇଥିଲା। ଟ୍ରେନଟି ଓଲଟି ଯିବାରୁ ଏହାର ଏକ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।