କଙ୍ଗନାଙ୍କ ଉପରେ ରାଗିଲେ ଦର୍ଶକେ

ମୁମ୍ବାଇ: ବଲିଉଡର ଧାକଡ ଗର୍ଲ କଙ୍ଗନା ରାନାଓ୍ବତ କିଛି ନା କିଛି କାରଣକୁ ନେଇ ପ୍ରାୟ ସବୁ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ। ଏବେ କଙ୍ଗନାଙ୍କ ଅଭିନୀତ ମୁଭି ‘ଏମରଜେନ୍ସି’କୁ ନେଇ ବି ସେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଭିନେତ୍ରୀ ସନ୍ଦିପ ସିଂଙ୍କ ସହ ପ୍ରଥମ କରି ଫିଲ୍ମ କରିବେ ବୋଲି ଆନାଉନ୍ସମେଣ୍ଟ କରିଥିଲେ। ଆଉ ଏହାପରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ କଙ୍ଗନାଙ୍କ ଉପରେ ବିଗିଡି ଯାଇଛନ୍ତି। ତାଙ୍କୁ ବିଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି। ଅଭିନେତ୍ରୀ ନିକଟରେ ଫିଲ୍ମ ନିର୍ମାତା ସନ୍ଦିପ ସିଂଙ୍କ ସହ କାମ କରିବେ ବୋଲି ଘୋଷଣା କରିଥିଲେ। ଏହି ନିର୍ମାତା ରାଓଡି ରାଠୌଡ, ଗୋଲିଓଁ କି ରାସଲିଳା: ରାମ ଲିଳା, ମେରିକମ, ଅଲିଗଡ଼, ସରବଜିତ, ପିଏମ ନରେନ୍ଦ୍ର ମୋଦି ଓ ଝୁଣ୍ଡ ଭଳି ମୁଭି ନିର୍ମାଣ କରିଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ଭାବନ୍ତି ତାଙ୍କ ମୃତ୍ୟୁ ପାଇଁ ଯେଉଁ କେତେଜଣ ଦାୟୀ ସେଥିମଧ୍ୟରୁ ସନ୍ଦିପ ସିଂ ଜଣେ। ତେଣୁ ଏହି ସନ୍ଦିପ ସିଂଙ୍କ ସହ ମିଶି କାମ କରିବାକୁ ବାହାରିଥିବା କଙ୍ଗନା ରାନାଓ୍ବତଙ୍କୁ ଦର୍ଶକେ ସୋସିଆଲ ମିଡିଆ ମାଧ୍ୟମରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। କେବଳ ସେତିକି ନୁହେଁ ସେ ଯଦି ସନ୍ଦିପ ସିଂଙ୍କ ସହ କାମ କରିବେ ତେବେ ଦର୍ଶକେ ତାଙ୍କ ମୁଭି ଦେଖିବେ ନାହିଁ ବୋଲି ବି ଚେତାଇ ଦେଇଛନ୍ତି।

Share