ଏକାଠି ହେଲେ କଟ୍ରିନା-ଆଲିଆ; ଟ୍ରୋଲ ହେଉଛନ୍ତି ପ୍ରେମିକ ରଣବିର କପୁର

ବମ୍ବେ: ଗୋଟିଏ ଫିଲ୍ମରେ ତିନି ନାୟିକା। ଚୁଲବୁଲି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜି ଲେ ଜରା’ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ କଟ୍ରିନା କୈଫ। ଏନେଇ ପିସି ମଙ୍ଗଳବାର ସୋସିଆଲ ମିଡିଆରେ ସୂଚନା ଦେବା ପରେ ରଣବିର କପୁର ଚର୍ଚ୍ଚାରେ। ଆପଣ ଭାବୁଥିବେ କାହିଁକି?

କାରଣଟି ଏପରି। ରଣବିରଙ୍କ ପୂର୍ବ ପ୍ରେମିକା ହେଉଛନ୍ତି କଟ୍ରିନା। ବର୍ତ୍ତମାନର ପ୍ରେମିକା ଆଲିଆ ଓ କଟ୍ରିନା ଗୋଟିଏ ଫିଲ୍ମରେ ନଜର ଆସିବାକୁ ନେଇ ଲୋକେ ଭିନ୍ନ ରୂପ ଦେଉଛନ୍ତି। ଏପରିକି ସେମାନେ ରଣବିରଙ୍କୁ ଟ୍ରୋଲ କରିବାକୁ ପଛାଉନାହାନ୍ତି।

ଫିଲ୍ମ ବିଷୟରେ ଘୋଷଣା ହେବା ପରେ ରଣବିରଙ୍କୁ ନେଇ ଲୋକେ କମେଣ୍ଟ କରୁଛନ୍ତି। କେହି କେହି ପ୍ରିୟଙ୍କାଙ୍କୁ ନେଇ ଭୁଲ ହେଲା। ତାଙ୍କ ସ୍ଥାନରେ ଦୀପିକା ପାଦ୍ୟୁକୋନଙ୍କୁ ନିଆଯାଉ ବୋଲି କହୁଛନ୍ତି। ସେହିଭଳି କିଛି ରଣବିରଙ୍କୁ ଫିଲ୍ମଟି ଭାରି ପସନ୍ଦ ଆସିବ ବୋଲି କହିବା ସହ ତାଙ୍କୁ ମଧ୍ୟ ଫିଲ୍ମରେ ନିଆଯାଉ ବୋଲି କହୁଥିବା ଦେଖାଯାଇଛି।

କହିରଖୁଛୁ, ରଣବିରଙ୍କ ପ୍ରେମସମ୍ପର୍କ ଲୁଚାଛପା ନ ଥିବାରୁ ଏ ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ଦୀପିକା ଏବଂ କଟ୍ରିନାଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଗଭୀର ଥିଲା। ଉଭୟଙ୍କ ସହ ଅନେକ ଦିନ ଧରି ଏକାଠି ଥିଲେ। ହେଲେ ଏବେ କାହାଣୀ ଅଲଗା। ଆଲିଆଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ରଣବିର। ଉଭୟଙ୍କ ବିବାହ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

Share