ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା

ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏକ ବିଜ୍ଞାପନ ଲାଗି ବେବୋଙ୍କୁ ଏସବୁ ଶୁଣିବାକୁ ମିଳିଛି।

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଅକ୍ଷୟ ତୃତୀୟା ବିଜ୍ଞାପନ ଲାଗି କରିନା ପ୍ରଚାର କରିଥିଲେ। ଏଥିରେ ସେ ସୁନ୍ଦର ଲେହେଙ୍ଗା ସାଙ୍ଗକୁ ଦାମୀ ସୁନା ଗହଣା ପିନ୍ଧିଥିଲେ। ହେଲେ ମଥାରେ ଟିକିଲି ଲଗାଇ ନ ଥିଲେ। ଏହାକୁ ଦେଖି ଲୋକମାନେ ତାଙ୍କର ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏଥିସହ ଗହଣା ବ୍ରାଣ୍ଡକୁ ମଧ୍ୟ ବଏକଟ କରିବାକୁ ଦାବି କରୁଛନ୍ତି। ଏହା ଭାରତୀୟ ପରମ୍ପରାକୁ ଅବହେଳା କରୁଥିବା ଲୋକମାନେ କହୁଛନ୍ତି।

Share