Categories: ଜାତୀୟ

Neuralink: ଏଣିକି ଭାବିଦେଲେ ଆପେଆପେ ଚାଲିବ କମ୍ପ୍ୟୁଟର ମାଉସ୍‌, ଆସିଲା ନୂଆ ଫିଚର୍ସ

ନୂଆଦିଲ୍ଲୀ,୨୪।୨: ଏଣିକି ମସ୍କିଷ୍କରୁ କମ୍ପ୍ୟୁଟରକୁ ଚଲାଇ ପାରିବେ। ମସ୍ତିଷ୍କରେ କମ୍ପ୍ୟୁଟର ଚଲାଇବା ଭାବିଦେବା ମାତ୍ରେ ଆପଣଙ୍କ ମାଉସ୍‌ ଆପେଆପେ ଚାଲି ଉଠିବ। ଏଥିପାଇଁ ମଣିଷ ମସ୍ତିଷ୍କରେ ଏକ ଚିପ୍‌ ଖଞ୍ଜାଯିବ। କିଛିଦିନ ତଳେ ଏକ୍ସ’ର ସିଇଓ ତଥା ନ୍ୟୁରୋଲିଙ୍କ୍‌ର ସଂସ୍ଥାପକ ମଣିଷ ମସ୍ତିଷ୍କରେ ଚିପ୍‌ ସଫଳ ପ୍ରତ୍ୟାରୋପଣ ନେଇ ସୂଚନା ଦେଇଥିଲେ। ତେବେ ଏହି ଚିପ୍‌ ଲାଗିବା ପରେ ବ୍ୟକ୍ତିଜଣକ ସୁସ୍ଥ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ସେ ମସ୍ତିଷ୍କ ସାହାର୍ଯ୍ୟରେ କମ୍ପ୍ୟୁଟର ମାଉସ୍‌ ଅପରେଟ୍‌ କରୁଛନ୍ତି ବୋଲି ମସ୍କ ସୂଚନା ଦେଇଛନ୍ତି।

ରଏଟର୍ସ ଅନୁଯାୟୀ, ଚିପ୍‌ ଖଞ୍ଜାଯାଇଥିବା ବ୍ୟକ୍ତିଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମସ୍କ କହିଛନ୍ତି। ଏବେ ସେ ନିଜ ମସ୍ତିଷ୍କ ଦ୍ୱାରା କମ୍ପ୍ୟୁଟର ମାଉସ୍‌ କଣ୍ଟୋ୍ରଲ କରୁଛନ୍ତି।

Share