Categories: ବାଣିଜ୍ୟ

‘ଶ୍ରେଷ୍ଠ ପ୍ରତିଭାଙ୍କୁ ପୁରସ୍କୃତ କରିବ ନ୍ୟୁରନ୍‌’

ଭୁବନେଶ୍ୱର,୨୪।୧୧: ଓଡିଏମ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ ସହଭାଗିତାରେ ପ୍ରିମିୟର ଇଣ୍ଡିଆନ୍‌ କମ୍ପାନୀ (ନ୍ୟୁରନ୍‌) ଦ୍ୱାରା ପରିଚାଳିତ ‘Brain-a-thon-Olympiad’ & ‘Who’s Next Talent Hunt’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ନ୍ୟୁରନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସାୟିକ ଅଧିକାରୀ ହର୍ଷିତ ଶର୍ମା, ନିର୍ଦ୍ଦେଶିକା ଶିଖା ଚନ୍ଦ୍ରା ଏବଂ ଓଡିଏମ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ର ସିଓଓ ସ୍ବୟନ୍‌ ସତ୍ୟେନ୍ଦୁ ମିଳିତ ଭାବେ ଉଦବୋଧନ ଦେଇଥିଲେ। ସେହିଭଳି ରାଜ୍ୟ ତଥା ଜାତୀୟସ୍ତରରେ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ପ୍ରତିଷ୍ଠିତ ତଥା ଉତ୍କର୍ଷତା ଲାଭ କରିଥିବା ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ନେଇ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ଏକବିଂଶ ଶତାବ୍ଦୀରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଥିବା ଶ୍ରେଷ୍ଠ ପ୍ରତିଭାକୁ ଚିହ୍ନଟ କରି ନ୍ୟୁରନ୍‌ ପୁରସ୍କୃତ କରିବ। ପ୍ରୋତ୍ସାହନବର୍ଦ୍ଧକ ଉପହାର ଯଥା ସ୍କଲାରଶିପ୍‌, ଗିଫ୍ଟ-ହ୍ୟାମ୍ପର୍ସ ସହ ନଗଦ ପୁରସ୍କାର ମାଧ୍ୟମରେ ଦେଶର କୋଣ ଅନୁକୋଣରୁ ପ୍ରତିଭାମାନଙ୍କୁ ଖୋଜି ଉତ୍ସାହିତ କରିବାର ଏକ ଦୂରଦୃଷ୍ଟି ଏବଂ ମିଶନ୍‌ ରହିଛି ।

ଏହି ପରିପ୍ରେକ୍ଷୀରେ ନ୍ୟୁରନ୍‌ ଏବଂ ଓଡିଏମ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଯାଇଛି। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ କଲ୍ୟାଣ ନିମନ୍ତେ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ତଥା ବି ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ‘Brain-a-thon-Olympiad’ ୨୦୨୩ ଜାନୁୟାରୀ ୮ ରେ ଏବଂ ‘Who’s Next Talent Hunt’ ୨୦୨୩ ଜାନୁୟାରୀ ୧୫ରେ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଅଂଶଗ୍ରହଣ କରିପାରିବେ।

Share