ନେଭା ଆପ୍ଲିକେଶନ ପ୍ରୟୋଗର ପ୍ରଶିକ୍ଷଣ ନେଲେ ଆମେନିଟିଜ୍‌ କମିଟି ସଦସ୍ୟ

ଭୁବନେଶ୍ବର, ୨୦ା୭(ସୁନିତ୍‌ ମିଶ୍ର):ଓଡ଼ିଶା ବିଧାନସଭାରେ ବୁଧବାର ଆମେନିଟିଜ୍‌ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେଶନର ପ୍ରୟୋଗ ସମ୍ପର୍କିତ ପ୍ରଶିକ୍ଷଣ ନେଇଛନ୍ତି। ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ମିଶନ ମୋଡ୍‌ ପ୍ରକଳ୍ପ ା ଖୁବ୍‌ଶୀଘ୍ର ଏହା ପାର୍ଲାମେଣ୍ଟ ସମେତ ସମସ୍ତ ବିଧାନସଭାକୁ ପେପରଲେସ୍‌ ପ୍ରକ୍ରିୟାରେ ପରିଚାଳନା କରାଯିବ ା ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ନେଭା କାର୍ଯ୍ୟକ୍ରମ କିଭଳି ବିଧାନସଭାରେ ସଫଳ ଭାବେ କାର୍ଯ୍ୟକାରୀ ହେବ ସେନେଇ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଶଦ ଆଲୋଚନା କରାଯାଇଛି ା ପ୍ରଶିକ୍ଷଣ ଗ୍ରହଣ କରୁଥିବା ବିଧାୟକଙ୍କୁ ରଜନୀକାନ୍ତ ସିଂ କହିଛନ୍ତି, ଏହି ଆପ୍ଲିକେଶନର ସଫଳ ପ୍ରୟୋଗରେ ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚତ୍ପାରିବ ଏବଂ ଏହି ଆପ୍ଲିକେଶନ ସମସ୍ତଙ୍କ କାର୍ଯ୍ୟପ୍ରଣାଳୀକୁ ଆହୁରି ସରଳ କରିବ ା ବିଧାନସଭା ପକ୍ଷରୁ ନେଭାର ସଫଳ କାର୍ଯ୍ୟକାରିତା ପାଇଁ ୩ଟି କମିଟି ଗଠନ କରାଯାଇଛି। ଅଳ୍ପଦିନ ମଧ୍ୟରେ ଯେଭଳି ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକ ନେଭା ଆପ୍‌ ସହ ଅଭ୍ୟସ୍ତ ହୋଇପାରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ନେଭା କର୍ମକର୍ତ୍ତା ଏବଂ ବିଧାନସଭା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେଶନ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାନସଭା ଆମେନିଟିଜ୍‌ କମିଟିର ସଦସ୍ୟବୃନ୍ଦ, ବିଧାନସଭା ସଚିବ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Share