ଭୁବନେଶ୍ୱର, ୮।୪(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୮୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରୁ ୧୦୮ ଜଣ ରହିଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୦ ଜଣ ଥିବାବେଳେ ୮୮ ଲୋକାଲ କେସ୍ ରହିଛି। ଏ ନେଇ ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।