CORONAVIRUS UPDATE: ଆଜି ୩୦ ଜିଲାରୁ ଚିହ୍ନଟ ହେଲେ ୧,୩୭୬ ଆକ୍ରାନ୍ତ; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୧୩୭୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୪୫୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୫, ବାଲେଶ୍ୱରର ୨୯, ବରଗଡ଼ର ୭, ଭଦ୍ରକର ୧୦, ବଲାଙ୍ଗୀରର ୧୯, ବୈାଦ୍ଧରୁ ୮, କଟକରୁ ୭୫, ଦେବଗଡ଼ର ୧୧, ଢେଙ୍କାନାଳର ୧୫, ଗଜପତିର ୭୪, ଗଞ୍ଜାମରୁ ୪୮୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୭, ମାଲକାନଗିରିରୁ ୧୫, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୦, ନୂଆପଡ଼ାର ୪, ପୁରୀରୁ ୯୧, ରାୟଗଡ଼ାର ୪୫, ସମ୍ବଲପୁରରୁ ୧୭, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୩୩ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୮୭ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share