କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୧୯୮ ଆକ୍ରାନ୍ତ: ମୋଟ ସଂଖ୍ୟା ୫୦୦୦ ଟପିଲା

କଟକ ଅଫିସ,୧।୯: କଟକ ମହାନଗର ନିଗମ ଅଞ୍ଚଳରୁ ମଙ୍ଗଳବାର ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ ରହିଥିବା ବେଳେ ୫୭ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୭୪ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୨୨କୁ ବୃଦ୍ଧି ପାଇଥିବା ସିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share