Categories: ଜାତୀୟ

ଖୁବ୍‌ଶୀଘ୍ର ଆସିବ ୨୦ ଟଙ୍କିଆ ନୂଆ ନୋଟ୍‌

ନୂଆଦିଲ୍ଲୀ,୨୭।୪: ମହାତ୍ମା ଗାନ୍ଧୀ ସିରିଜର ଏକ ନୂଆ ୨୦ ଟଙ୍କିଆ ନୋଟ୍‌ ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆର୍‌ବିଆଇର ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ହଳଦିଆ ଓ ସବୁଜ ରଙ୍କ ମିଶା ଏହି ନୋଟ୍‌ଟି ଦେଖିବାକୁ ବେଶ୍‌ ମନଲୋଭା ହୋଇଛି। ଏହାର ସମ୍ମୁଖ ଭାଗରେ ମହାତ୍ମା ଗାନ୍ଧୀଙ୍କ ଛବି ରହିବ ଓ ପଛ ଭାଗରେ ଏଲୋରା ଗୁମ୍ପା ରହିବ। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠିବ ଯେ ନୂଆ ୨୦ ଟଙ୍କିଆ ନୋଟ ଆସିବା ପରେ ପୁରୁଣା ନୋଟ୍‌ ଅଚଳ ହୋଇ ଯିବନି ତ? ହେଲେ ସେମିତି କିଛି ଆର୍‌ବିଆଇ ପକ୍ଷରୁ ଘୋଷଣା କରାଯାଇ ନାହିଁ। ନୂଆ ନୋଟ୍‌ ଆସିବା ପରେ ପୁରୁଣା ନୋଟ୍‌ ମଧ୍ୟ ପୂର୍ବ ପରି ଚଳିବ।

Share