ରାଜଧାନୀରେ ଲୋକାଲ ସଂକ୍ରମଣ ବଢ଼ୁଛି: ଆଜି ଚିହ୍ନଟ ହେଲେ ୩୧୧ ପଜିଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଡରାଇଲାଣି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୩୧୧ ନୂଆ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ସଂକ୍ରମିତଙ୍କ ମଧ୍ୟରେ ୬୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୪୫ ଲୋକାଲ କେସ୍‌ ରହିଛି। ବିଶେଷକରି ସର୍ବାଧିକ ମାମଲା ପଟିଆରୁ ୧୬ଜଣ, ଚନ୍ଦ୍ରଶେଖରପୁରରୁ ୯, ଖଣ୍ଡଗିରିରୁ ୧୬, ପୁରୁଣା ଭୁବନେଶ୍ୱରରୁ ୧୦, ଶୈଳଶ୍ରୀବିହାରରୁ ୮, ରସୁଲଗଡ଼ରୁ ୭, ନୟାପଲ୍ଲୀରୁ ୧୩, ସୁନ୍ଦରପଦାରୁ ୬, ୟୁନିଟ୍‌ ୮ରୁ ୮ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୮୯୦କୁ ବୃଦ୍ଧି ପାଇଛି। ସେଥିରୁ ୩୨୬୩୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୮୧ ଆକ୍ଟିଭ କେସ୍‌ ରହିଛି। ତେବେ ଲୋକାଲ ସଂକ୍ରମଣ ବଢ଼ୁଥିବାରୁ ସହରବାସିନ୍ଦାଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share