ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍‌

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍‌ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍‌ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ କରୋନା ପଜିଟିଭ୍‌ ସଖ୍ୟା ୫୫୭କୁ ବୃଦ୍ଧି ପାଇଛି। ସେଥିରୁ ୩୦୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୭ ଆକ୍ଟିଭ୍‌ କେସ୍‌ ରହିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Update on newly detected & cured #COVID19 cases in the last 24 hrs under the BMC area on 9th July 2020(till 9am).

Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/qBBIkeq5K4

— BMC (@bmcbbsr) July 9, 2020

Share