କଟକ @୧୫୪୬: ବେହେରା ସାହିରେ ମାଡ଼ିଲା କରୋନା; ଆଜି ଚିହ୍ନଟ ହେଲେ…

କଟକ ଅଫିସ,୮।୮: ବେଳକୁ ବେଳ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର କଟକରୁ ଆଉ ୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୫୪୬ରେ ପହଞ୍ଚିଛି। ସେଥିରୁ ୭୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭୩ ଆକ୍ଟିଭ୍‌ କେସ୍‌ ରହିଛି। ୧୦ଜଣଙ୍କ ମୃତ୍ୟୁ ଘଟିଥିବା କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବେହେରାସାହି କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୪୬ଜଣ ଥିବା ବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ୭, ଲୋକାଲ କେସ୍‌ ୧୬ ରହିଛି। ବେହେରା ସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳରୁ ଚିହ୍ନଟ ପଜିଟିଭ୍‌ ମଧ୍ୟରେ ୧୬ଜଣ ପୁରୁଷ ଥିବା ବେଳେ ୩୦ଜଣ ମହିଳା ଥିବା ସିଏମ୍‌ସି ପକ୍ଷରୁ କୁହାଯାଇଛି।

 

Share