ପଦ୍ମପୁର ପାଇଁ ସୃଷ୍ଟି ହେଲା ନୂଆ ଏଡିଏମ୍‌ ପଦବୀ: ଚଭନ କୁନାଲ ମୋତିରାମ ପ୍ରଥମ ଏଡିଏମ୍‌

ଭୁବନେଶ୍ୱର,୨୯।୧୨(ଅନିଲଦାସ)-ବରଗଡ଼ ଜିଲାର ପଦ୍ମପୁର ପାଇଁ ରାଜ୍ୟ ସରକାର ନୂତନ ଆଡିଶ୍‌ନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ୍‌ ) ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ପଦ୍ମପୁର କାର୍ଯ୍ୟାଳୟ ପାଇଁ ସୃଷ୍ଟି ହୋଇଥିବା ଏହି ପଦବୀ ଦ୍ୱାରା ସେହି ଅଞ୍ଚଳର ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କର ଆପତ୍ତି ଅଭିଯୋଗର ତୁରନ୍ତ ଶୁଣାଣି ହେବ ଓ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିବ। ୨୦୨୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁର ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଏବେ ସେ ବାଲେଶ୍ୱର ଉପଜିଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି।

Share