ଭୁବନେଶ୍ୱର,୨।୨: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଚଳିତ ଥରର ୟୁନିୟନ ବଜେଟ ଲାଇଭ୍ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ମେହୁଲ ମୋହନକା କହିଛନ୍ତି, ୟୁନିୟନ ବଜେଟ ୨୦୨୩-୨୪କୁ ବେଶ୍ ପ୍ରଶଂସା କରାଯାଇପାରେ। କାରଣ ଏହା ଏକ ସନ୍ତୁଳିତ ଏବଂ ଭବିଷ୍ୟତ ବଜେଟ୍ ହୋଇଥିବା ବେଳେ ଶ୍ରମ ବୃଦ୍ଧି କରିବାର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିଛି। ଏପରିକି ମେକ୍ ଇନ୍ ଇଣ୍ଡିଆ ସହ ସନ୍ତୁଳନ କରିବାକୁ ଚେଷ୍ଟା ସହ ତୀବ୍ର ଅଭିବୃଦ୍ଧି ଏବଂ ଘରୋଇ ଉପତ୍ାଦନ ହେବ ବୋଲି କୁହାଯାଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପିର ଆକଳନ ୫.୯% ରେ ରହିବାର ଆଶା କରାଯାଉଛି।