Categories: ଜାତୀୟ

୨ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ,୧।୩: ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ହେବା ପାଇଁ ମନା କରି ଦେଇଛନ୍ତି ତୁର୍କୀର ଇଲ୍କର ଅଇସି। ଏ ନେଇ ଟାଟା ପ୍ରବକ୍ତା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଫେବୃୟାରୀ ୧୪ରେ ଟାଟା ସନ୍ସ ବୋର୍ଡ ପକ୍ଷରୁ ଅଇସିଙ୍କୁ ସିଇଓ ଏବଂ ଏମ୍‌ଡି ଅଫ୍‌ ଏୟାର ଇଣ୍ଡିଆ ପଦରେ ନିଯୁକ୍ତ କରାଯାଇଥିଲା।

ଏହି ନିଯୁକ୍ତିକୁ ବିରୋଧ କରିଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)। ତୁର୍କୀ ରାଜନୀତିରେ ଅୟୁସିଙ୍କ ଲିଙ୍କ୍‌ ରହିଛି। ଏହି ଦେଶ ସହ ନୂଆଦିଲ୍ଲୀର ସମ୍ପର୍କ ଭଲ ନ ଥିବାରୁ ତାଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ଆର୍‌ଏସ୍‌ଏସ୍‌ ପକ୍ଷରୁ ଦାବି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ରୁଣ ବୋଝରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆ ଟାଟା ଅଧିନକୁ ଚାଲି ଯାଇଛି।

Share