Categories: ଜାତୀୟ

୫ ମିନିଟ୍‌ରେ ଏୟାର ମନିଟର ଚିହ୍ନଟ କରିବ କୋଭିଡ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୧ା୭: ଗବେଷକମାନେ ଏକ ରିଅଲ-ଟାଇମ୍‌ ଏୟାର ମନିଟର ବିକଶିତ କରିଛନ୍ତି। ଏହା ଗୃହ ମଧ୍ୟରେ ୫ ମିନିଟ୍‌ରେ କୋଭିଡ୍‌ ଭୂତାଣୁର କୌଣସି ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଆମେରିକା ସେଣ୍ଟ ଲୁଇସ୍‌ରେ ଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଗବେଶକମାନେ ବିକଶିତ ଏରୋସୋଲ୍‌ ସାମ୍ପଲିଂ ଟେକ୍‌ନୋଲୋଜି ଏବଂ ଅଲ୍‌ଟ୍ରାସେନ୍‌ସେଟିଭ୍‌ ବାୟୋସେନ୍ସିଂ ପ୍ରଯୁକ୍ତିର ଉପଯୋଗ କରି ଉକ୍ତ ଡିଭାଇସ୍‌ର ବିକାଶ କରିଛନ୍ତି। କୋଭିଡ୍‌ ଭାରିଆଣ୍ଟ ଚିହ୍ଟଟ ଲାଗି ଏହାକୁ ହସ୍ପିିଟାଲ, ସ୍ବାସ୍ଥ୍ୟସେବା କେନ୍ଦ୍ର, ସ୍କୁଲ୍‌ ଓ ସର୍ବସାଧାରଣ ସ୍ଥାନରେ ବ୍ୟବହାର କରାଯାଇପାରିବ।

Share