ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର ହୋଇ ପଡୁଛି। ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ ଏକ ନୂଆ ଆପ୍ଲିକେସନ ବ୍ୟବହାର କରାଯାଉଛି।

ଏହି ଆପ୍ଲିକେସନ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭରୁ ତାହାକୁ ନିୟନ୍ତ୍ରଣ କରାଯିବ। ଫଳରେ ଆଉ ହୁତୁହୁତୁ ହୋଇ ଜଳିବ ନାହିଁ ଜଙ୍ଗଲ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବନ କର୍ମଚାରୀ OFMS ଫରେଷ୍ଟ ଫାୟାର ଆପ୍ଲିକେସନ ବ୍ୟବହାର କରୁଥିବା ପିସିସିଏଫ୍‌ ସୁରେଶ ପନ୍ତ ପ୍ରକାଶ କରିଛନ୍ତି। ଏହି ଆପ୍ଲିକେସନ ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋଟିଂ ପାଇଁ ବେଶ ଉପଯୋଗୀ ବୋଲି ସେ କହିଛନ୍ତି।

ଏପରିକି ପାଇଲଟ ପ୍ରକଳ୍ପ ଭାବେ ଶମିଳିପାଳରେ ୫ଟି ଏଆଇ କ୍ୟାମେରା ସ୍ଥାପିତ କରାଯାଇଛି। ସେହିପରି ରାଉରକେଲରେ ଅଗ୍ନି ଏବଂ ବନ୍ୟଯନ୍ତୁଙ୍କ ପାଇଁ ୪ଟି ଏଆଇ କ୍ୟାମେରା ସ୍ଥାପିତ ହୋଇଥିବା ପିସିସିଏଫ୍‌ ସୂଚନା ଦେଇଛନ୍ତି।

ଏପରିକି ଆଗକୁ ଗୃହ ବିଭାଗ ଜରିଆରେ ଓଡ୍ରାଫର ସହାୟତା ନିଆଯାଇ ଜଙ୍ଗଲ ନିଆଁକୁ ଆୟତ୍ତ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରାଜ୍ୟରେ ୧୪,୯୨୨ ବନାଗ୍ନି ସତର୍କ ସଙ୍କତେ ମିଳିଛି ବୋଲି ପିସିସିଏଫ୍‌ ପ୍ରକାଶ କରିଛନ୍ତି। ଏପରିକି ଜଙ୍ଗଲ ନିଆଁ ରୋକିବାକୁ ଜିଲାସ୍ତରରେବନ ବିଭାଗର ଆକ୍ସନ ପ୍ଲାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Dilip Ghosh: ୬୦ ବର୍ଷ ବୟସରେ ବିବାହ କରିବେ ଭାଜପା ନେତା, ଧରିବେ ଦଳୀୟ ସହଯୋଗୀଙ୍କ ହାତ

କୋଲକାତା,୧୮।୪: ପଶ୍ଚିମବଙ୍ଗର ପୂର୍ବତନ ଭାଜପା ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ଭାଜପା ସହଯୋଗୀ ରିଙ୍କୁ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟର ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ...

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image