ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି

ବଲାଙ୍ଗୀର,୧୬।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପ୍ରସୂତି ଏବଂ ଶିଶୁ ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

କଣ୍ଟାମାଳ ବ୍ଲକ ବୁଦିପଦର ଗାଁର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମକି ଶୁକ୍ରବାର ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଶିଶୁର ଓଜନ କମ୍‌ ଥିବାରୁ ଏସ୍‌ଏନ୍‌ସିୟୁରେ ରଖିବା ପାଇଁ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଏସ୍‌ଏନ୍‌ସିୟୁରେ ପୁଅକୁ ରଖିବା ପାଇଁ ଦେଇଥିଲେ।

ହେଲେ ପରବର୍ତ୍ତୀ ସମୟରେ ଏସ୍‌ଏନ୍‌ସିୟୁରେ ଶିଶୁପୁତ୍ର ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏନେଇ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଜଣେ ସମ୍ପର୍କୀୟ ଶିଶୁପୁତ୍ରକୁ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରସୂତି ଏବଂ ଶିଶୁ ବିଭାଗ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ପୋଲିସ ଜଣେ ସମ୍ପର୍କୀୟଙ୍କୁ ଧରି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ମନରେଗା ଯୋଜନାରେ ଅନିୟମିତତା : ଏନଏମଏମଏସରେ ଚଞ୍ଚକତା କରି ଅର୍ଥ ହରିଲୁଟ

ଥୁଆମୂଳ ରାମପୁର,୨୮।୪(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାକୁ ସଫଳ ରୂପାୟନ କରିବା ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥିଙ୍କ ଦୌରାତ୍ମ୍ୟ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

ପାରାଦୀପ ଷ୍ଟକ୍‌ୟାର୍ଡ଼ରେ ଭୟଙ୍କର ଅଗ୍ନିକାଣ୍ଡ

ପାରାଦୀପ,୨୮।୪: ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍‌ୟାର୍ଡରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଷ୍ଟକ୍‌ୟାର୍ଡରେ ଥିବା ପ୍ଲାଷ୍ଟିକ କୋଟେଡ ଆଇରନ୍‌ ପାଇପ୍‌ରେ ନିଆଁ ଲାଗି...

‘ଧନ ଛାଡ଼ି ଜ୍ଞାନ ଅର୍ଜନ କଲେ ସମ୍ମାନ ମିଳିବ’

ଭଞ୍ଜନଗର,୨୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।...

ପ୍ରଶ୍ନପତ୍ର ବିଭ୍ରାଟରେ ଯିଏ ଦୋଷୀ ତାଙ୍କୁ ଛଡ଼ା ଯିବନାହିଁ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୮ା୪: OPSC/SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି...

ଡିପ୍ରେସନ୍‌ ଦୂର କରେ ଏସବୁ ଖାଦ୍ୟ…

ଶରୀରକୁ ସୁସ୍ଥ ଓ ମଜଭୁତ୍‌ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ଜିଉଛେ, ତାହା ଆମ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image