ଛତ୍ରପୁର,୨୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଶୌଚାଳୟ ପଛପଟେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ବୁଧବାର ଦେଖିବାକୁ ମିଳିଛି। ତେବେ ସ୍ବାସ୍ଥ୍ୟ କିମ୍ବା ଶିଶୁ ବିଭାଗକୁ ଖବର ଦିଆଯାଇଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ କେହି ପହଞ୍ଚିପାରି ନ ଥିବା ଜଣାପଡ଼ିଛି।
କିଏ କାହିଁକି ନବଜାତକକୁ ଫିଙ୍ଗି ଚାଲିଗଲା ସେ ନେଇ ସାଧାରଣରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି।