Categories: ବାଣିଜ୍ୟ

ଖରିଆର ରୋଡ୍‌ରେ ବିଓଏମ୍‌ର ନୂତନ ଶାଖା

ଭୁବନେଶ୍ୱର,୧।୭: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଆଉ ଏକ ନୂତନ ଶାଖା ନୂଆପଡ଼ା ଜିଲାର ଖରିଆର ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ନୂଆପଡ଼ାର ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ମୁଖ୍ୟ ପ୍ରବନ୍ଧକ ଆଲୋକ ମହାନ୍ତି, ଖରିଆର ରୋଡ୍‌ ଶାଖାର ଶାଖା ପ୍ରବନ୍ଧକ ଶିବ ଦେଓ ଖାଲ୍‌କୋ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ,ନୂଆପଡ଼ା ଜିଲାର ଖରିଆର ରୋଡ୍‌ ବିଓଏମ୍‌ର ପ୍ରଥମ ଶାଖା ହୋଇଥିବା ବେଳେ ସାରା ରାଜ୍ୟରେ ଏହା ୪୬ ତମ ଶାଖା ବୋଲି ବିଓଏମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share