Categories: ବାଣିଜ୍ୟ

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୨:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନୂତନ ଶାଖା (ଭଞ୍ଜନଗର ଶାଖା) ନିକଟରେ ଗଞ୍ଜାମ ଜିଲାର ଭଞ୍ଜନଗର ମେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଶାଖାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଏମ୍‌ର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରା, ବ୍ରହ୍ମପୁର ଶାଖାର ଶାଖା ପ୍ରବନ୍ଧକ ସତ୍ୟଜିତ୍‌ ରାଉତ, ନୟାଗଡ଼ ଶାଖାର ଶାଖା ପ୍ରବନ୍ଧକ ପୂଜାଶ୍ରୀ ସାହୁ ଏବଂ ଭଞ୍ଜନଗର ଶାଖାର ଶାଖା ପ୍ରବନ୍ଧକ ବ୍ରଜବନ୍ଧୁ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଉକ୍ତ ଶାଖା ବିଓଏମ୍‌ର ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍‌ କାରବାର ଏବଂ ଗ୍ରାହକଙ୍କ ଆବଶ୍ୟକତା ଉପରେ କାର୍ଯ୍ୟ କରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଓଏମ୍‌ର ଏହା ୫୦ ତମ ଶାଖା ହୋଇଥିବାବେଳେ ଭଞ୍ଜନଗରରେ ପ୍ରଥମ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share