Categories: ବାଣିଜ୍ୟ

କାନାରା ବ୍ୟାଙ୍କର ନୂତନ ଶାଖା

ଭୁବନେଶ୍ୱର,୩୧।୭: କାନାରା ବ୍ୟାଙ୍କର ନୂତନ ଶାଖା ବହ୍ମପୁରସ୍ଥିତ ପାର୍ଲର ହିଲ୍‌ସ ଇନ୍‌ଷ୍ଟିଚ୍ୟୁଟ ପାର୍କ ନିଷ୍ଟ ୟୁନିର୍ଭିସିଟି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କାନାରା ବ୍ୟାଙ୍କର ଜିଏମ୍‌ ତଥା ରାଜ୍ୟ ମୁଖ୍ୟ ଜଗଦିଶ ଚନ୍ଦ୍ରର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ଡ. ପି. ରାଜେଶ କୁମାର, କାନାରା ବ୍ୟାଙ୍କର ବହ୍ମପୁର ଆଞ୍ଚଳିକ ମୁଖ୍ୟ ଏବଂ ଏଜିଏମ୍‌ ଜି. ଭେଙ୍କଟା ରଘୁ ସେଶୁଙ୍କ ସମେତ ଉଭୟ ବ୍ୟାଙ୍କ ଓ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିଭଳି କଟକ ଜିଲାର ୪୨ମୌଜା (ବୟାଳିଶମୌଜା)ଠାରେ ବ୍ୟାଙ୍କର ନୂତନ ଶାଖାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଉ ୮ଟି  ନୂଆ ଶାଖା ଖୋଲାଯିବ ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।  ଉଲ୍ଲେଖଯୋଗ୍ୟ, କାନାରା ବ୍ୟାଙ୍କରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଓ ସୁବିଧା ସହ  ଅନ୍‌ଲାଇନ ସେବା ଓ ଉତ୍ପାଦ ମଧ୍ୟ ଉପଲବ୍ଧ ରହିଛି।
Share