Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା

ଭୁବନେଶ୍ୱର,୧୧।୧୨: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ନିକଟରେ ଭୁବନେଶ୍ୱରର ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନର ଏସ୍‌.କେ. ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଲିଙ୍ଗିପୁର ଶାଖାର ଶାଖା ପରିଚାଳକ ଏବଂ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଲିଙ୍ଗିପୁର ଶାଖାରେ ସଞ୍ଚୟ ଓ ଚଳନ୍ତି ଖାତା, ଟ୍ରେଡ୍‌ ଓ ବିଦେଶୀ ମୁଦ୍ରା ବିନିମୟ କାରବାର ସେବା, ଫିକ୍ସଡ୍‌ ଓ ରିକଭରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଏବଂ ସୁନା ଋଣ ସମେତ ରେମିଟାନ୍ସ ଓ କାର୍ଡ ସେବା ଆଦି ଗ୍ରାହକଙ୍କୁ ପ୍ରଦାନ କରିବ। ଏପରିକି ଉକ୍ତ ଶାଖାରେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଗ୍ରାହକମାନଙ୍କୁ ମଧ୍ୟ ଆବଶ୍ୟକ ବ୍ୟାଙ୍କିଙ୍ଗ ସେବା ସହିତ ଲକର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସହରରେ ବ୍ୟାଙ୍କର ଏହା ୩୦ତମ ଶାଖା ହୋଇଥିବାବେଳେ ଓଡ଼ିଶାରେ ବ୍ୟାଙ୍କର ମୋଟ ୧୮୦ ଶାଖା ଏବଂ ୩୬୦ ଏଟିଏମ୍‌ ଓ କ୍ୟାଶ ରିସାଇକ୍ଲିଂ ମେଶିନ (ସିଆର୍‌ଏମ୍‌)ର ଏକ ବୃହତ ନେଟୱର୍କ ରହିଛି। ଏପରିକି ଲିଙ୍ଗିପୁର ଶାଖାରେ ମଧ୍ୟ ଏକ ଏଟିଏମ୍‌ ତଥା କ୍ୟାଶ ରିସାଇକ୍ଲିଂର ମେଶିନ (ସିଆର୍‌ଏମ୍‌) ରହିଛି, ଯାହା ଗ୍ରାହକମାନଙ୍କୁ ନଗଦ ରାଶି ଜମା ଓ ଉଠାଣ ସେବା ପ୍ରଦାନ କରିବ।

Share