ଆଇଓବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ନୂତନ ଶାଖା (ନବରଙ୍ଗପୁର ଶାଖା) ନିକଟରେ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ରାମମନ୍ଦିର ନିକଟସ୍ଥ ଚାମୁରିଆଗୁଣ୍ଡା ରୋଡ୍‌ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ବିଡିଓ ସୁନିଲ ଖରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଓବି ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ମନିଷ କୁମାରଙ୍କ ସମେତ ନବରଙ୍ଗପୁର ଶାଖାର ଶାଖା ପ୍ରବନ୍ଧକ ସୁଜିତ କୁମାର ଭୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଆଇଓବି ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ମନିଷ କୁମାର କହିଛନ୍ତି, ସମାଜର ସମସ୍ତ ବର୍ଗଙ୍କ ପାଇଁ ଏହି ଶାଖା ଉତ୍ସଗିକୃତ ହୋଇଥିଲାବେଳେ ଗ୍ରାହକଙ୍କ ଆଧୁନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଓବିର ସଞ୍ଚୟ ଓ ଚଳନ୍ତି ଆକାଉଣ୍ଟଗୁଡିକୁ ଡିଜାଇନ୍‌ କରାଯାଇଛି। ଏପରିକି ଆଇଓବିର ଋଣ ସୁଧ ହାର ବଜାର୍‌ ତୁଳନାରେ ଯଥେଷ୍ଟ ପ୍ରତିଯୋଗିତାମୂଳକ ହୋଇଥିଲାବେଳେ ଋଣ ସୁବିଧା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉପଲବ୍ଧ ବୋଲି ମନିଷ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।

Share