Categories: ବାଣିଜ୍ୟ

ଜନା ଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ପ୍ରତିଷ୍ଠାନ ଜନା ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ(ଏସ୍‌ଏଫ୍‌ବି)ର ଓଡ଼ିଶା କ୍ଷେତ୍ରରେ ନୂତନ ଶାଖାର ଶୁଭାରମ୍ଭ କରାଯାଇଛି। ଏପରିକି ବୁଧବାର ବ୍ୟାଙ୍କର ୩ଟି ଶାଖା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବ୍ୟାଙ୍କର ୨ଟି ଗ୍ରାମାଞ୍ଚଳଭିତ୍ତିକ ଶାଖା ସହ ଭୁବନେଶ୍ୱରର ଶହୀଦନଗରଠାରେ ଗୋଟିଏ ସହରାଞ୍ଚଳ ଶାଖା ଅନ୍ତଭୁର୍କ୍ତ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ତଥା ଆନୁଷ୍ଠାନିକ ଅର୍ଥର ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶାଖାଗୁଡ଼ିକର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ତଥା ଶାଖା ବ୍ୟାଙ୍କିଙ୍ଗ୍‌ ଆଣ୍ଡ ମାର୍କେଟିଂର ସଭାପତି ଶ୍ରୀନିବାସ ମୂର୍ତ୍ତି, ଶାଖା ବ୍ୟାଙ୍କିଙ୍ଗ୍‌ (ପୂର୍ବ) ତଥା ଆଞ୍ଚଳିକ ମୁଖ୍ୟ ସୌରଭ ଦାସଗୁପ୍ତା, ଶାଖା ବ୍ୟାଙ୍କିଙ୍ଗ୍‌ ଓଡ଼ିଶାର ଆଞ୍ଚଳିକ ମୁଖ୍ୟ ତନ୍ମୟ କୁମାର ନାୟକ ଏବଂ ଆର୍‌ଏଫ୍‌ଏସ୍‌ ଓଡ଼ିଶା ଆଞ୍ଚଳିକ ମୁଖ୍ୟ ରାକେଶ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜନା ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମୋଟ ୯୬ଟି ଶାଖା ଥିଲାବେଳେ ସହରାଞ୍ଚଳରେ ୧୬ଟି ଶାଖା ଏବଂ ଗ୍ରାମାଞ୍ଚଳରେ ୮୦ ଶାଖା କାର୍ଯ୍ୟ କରୁଛି।

Share