Categories: ବାଣିଜ୍ୟ

ବାଲୁଗାଁରେ ପିଏନ୍‌ବିର ନୂତନ ଶାଖା

ଭୁବନେଶ୍ୱର,୭।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଉ ଏକ ଶାଖା ଓଡ଼ିଶା ବଜାରରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲାର ବାଲୁଗଁାଠାରେ ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଏ.ଉଦୟ ଭାସ୍କର ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ତଥା ଉପମହାପ୍ରବନ୍ଧକ ଚିତ୍ତରଞ୍ଜନ ପୃଷ୍ଟି ଏବଂ ଏଆଇପିଏନ୍‌ବିଓଏର ସର୍କଲ ସେକ୍ରେଟାରି ତଥା ଆସିଷ୍ଟାଣ୍ଟ ଜେନେରାଲ ସେକ୍ରେଟାରି ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ରେଡ୍ଡୀ କର୍ମଚାରୀମାନଙ୍କୁ ଉତ୍ତମ ଗ୍ରାହକ ସେବା ସହିତ ବ୍ୟାଙ୍କର ବ୍ରାଣ୍ଡ୍‌ ଇମେଜ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପିଏନ୍‌ବିର ଏହା ୩୪୧ ତମ ଶାଖା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share