Categories: ବାଣିଜ୍ୟ

ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୦:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ର ନୂତନ ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭୁପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାସ୍କର ରେଡ୍ଡି, ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ସମରେନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଉକ୍ତ ଶାଖାଟି ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ୭୯ ତମ ଶାଖା ହୋଇଥିବାବେଳେ ରାଜ୍ୟରେ ଏହା ୩୪୩ ତମ ଶାଖା ବୋଲି ପିଏନ୍‌ବି ପକ୍ଷରୁ ସୂଚନା ଦିଆଯାଇଛି।

Share