Categories: ବାଣିଜ୍ୟ

ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ ଅଧୀନ ନାକଟିଦେଉଳ ବ୍ଲକ୍‌ର ବଲମଠାରେ ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରେଢ଼ାଖୋଲର ଉପଜିଲାପାଳ ପବିତ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେରଙ୍କ ସମେତ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ, ଡିଆର୍‌ଡିଏ ଏପିଡି ବିକାଶ ମହାନ୍ତି(ଡିଆର୍‌ଡିଏ ଏପିଡି) , ମୁଖ୍ୟ ପ୍ରବନ୍ଧକ ବି.ପି. ନାଏକ ଏବଂ ମୁଖ୍ୟ ପ୍ରବନ୍ଧକ ଆର୍ଯ୍ୟ ଚନ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଉକ୍ତ ଶାଖା ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଦିଗଗୁଡିକ ଉପରେ ଗୁରୁତ୍ୱାରୋପ କରିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସହାୟତା ଏବଂ କୃଷି ଋଣ, ରିଟେଲ ଋଣ ସହିତ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share