Advertisement

କଟକରେ ଆର୍‌ବିଏଲ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୭: ଆର୍‌ବିଏଲ୍‌ ବ୍ୟାଙ୍କର ନୂତନ ଶାଖା ବୁଧବାର କଟକର ଦୋଳମୁଣ୍ଡାଇଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ବିଏଲ୍‌ ବ୍ୟାଙ୍କର ଭି ପି ତଥା କ୍ଲଷ୍ଟର ହେଡ୍‌ ସନ୍ଦୀପ ପାଉଲ, ଏସ୍‌ଭିପି ତଥା ପୂର୍ବ ଜୋନାଲ ମୁଖ୍ୟ ସୁଦୀପ ଚାଟାର୍ଜୀଙ୍କ ସମେତ ଶାଖା ପରିଚାଳକ ସମ୍ବିତ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଆର୍‌ବିଏଲ୍‌ ବ୍ୟାଙ୍କର ଏସ୍‌ଭିପି ତଥା ପୂର୍ବ ଜୋନାଲ ମୁଖ୍ୟ ସୁଦୀପ ଚାଟାର୍ଜୀ କହିଛନ୍ତି, ବର୍ତ୍ତମାନ ବ୍ୟାଙ୍କର ଶାଖାକୁ ଓଡ଼ିଶା ପ୍ରଦେଶରେ ସମ୍ପ୍ରସାରଣ କରାଯାଇଛି। ଏପରିକି ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ଗ୍ରାହକଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବା ସହ ସବୁସ୍ତରରେ ବ୍ୟାଙ୍କର ସୁବିଧାଗୁଡିକ ପହଞ୍ଚାଇବା ପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ବିଶେଷକରି ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ଅଞ୍ଚଳରେ ମଧ୍ୟ ବ୍ୟାଙ୍କର ନୂତନ ଶାଖା ଖୋଲିବାକୁ ଯୋଜନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share