Categories: ବାଣିଜ୍ୟ

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁବିଆଇ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ସର୍ଭେଶ ରଞ୍ଜନଙ୍କ ସମେତ ୟୁବିଆଇ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସରୋଜ କୁମାର ରାଉତ, ଉପକ୍ଷେତ୍ରୀୟ ମୁଖ୍ୟ ଦିଲୀପ କୁମାର, ବିଷ୍ଣୁ ଚରଣ ବେହେରା, ମୁଖ୍ୟ ପ୍ରବନ୍ଧକ ଚିନ୍ମୟ ବେହେରା ଏବଂ ନିଶ୍ଚିନ୍ତକୋଇଲି ଶାଖାର ଶାଖା ପ୍ରବନ୍ଧକ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ୟୁବିଆଇ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ କହିଥିଲେ, ନିଶ୍ଚିନ୍ତକୋଇଲି ଶାଖା ସ୍ଥାନୀୟ ଜନସାଧାରଣଙ୍କୁ ବ୍ୟାଙ୍କର ସମସ୍ତ ସୁବିଧା ସହି ଉତ୍ତମ ସେବା ଯୋଗାଇଦେବ। ଏପରିକି ଉକ୍ତ ଅଞ୍ଚଳର ଆର୍ଥିକ ବିକାଶରେ ମଧ୍ୟ ବ୍ୟାଙ୍କ ଆବଶ୍ୟକ ସହାୟକ ହେବ।
ଉଲ୍ଲେଖଯୋଗ୍ୟ, ୟୁବିଆଇର ଏହି ନୂତନ ଶାଖା ବ୍ୟାଙ୍କର କଟକ କ୍ଷେତ୍ର ଅଧୀନରେ ଆସୁଥିବା ନିଶ୍ଚିନ୍ତକୋଇଲିଠାରେ ଆରମ୍ଭ ହୋଇଛି। ଏପରିକି ୟୁବିଆଇ କଟକ କ୍ଷେତ୍ର ଅଧୀନରେ ଆସୁଥିବା ଏହା ୫୭ତମ ଶାଖା ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share