Categories: ବାଣିଜ୍ୟ

ଇଣ୍ଡିଆନ୍‌ ବ୍ୟାଙ୍କର ନବୀକରଣ ଶାଖା ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୩।୩ (ଅଭୟ ଦାଶ): ଇଣ୍ଡିଆନ୍‌ ବ୍ୟାଙ୍କର ଗଞ୍ଜାମସ୍ଥିତ ଭେଜିପୁଟଠାରେ ଥିବା ପଥରା ଶାଖାର ନବୀକରଣ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଅରୁଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର (ପଥରା ଶାଖାର ନବୀକରଣ ପରିସର) ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଉଚ୍ଛବ ଚନ୍ଦ୍ର ପାତ୍ର,ଉପ-ଆଞ୍ଚଳିକ ମୁଖ୍ୟ ଅରକ୍ଷିତ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଯୋଗଦେଇଥିବା ସମସ୍ତ ଗ୍ରାହକଙ୍କୁ ପାତ୍ର ଧନ୍ୟବାଦ ଜଣାଇବା ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଉପତ୍ାଦ ଯଥା: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ଗୃହ ଋଣ, ଗାଡ଼ି ଋଣ, ଏମ୍‌ଏସ୍‌ଏମ୍‌ଇ ଉପତ୍ାଦ ଏବଂ ଇଣ୍ଡିଆନ୍‌ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ବ୍ୟାଙ୍କର ୩୦୦ ଓ ୪୦୦ ଦିନିଆ ମିଆଦୀ ଜମା ଉପରେ ବ୍ୟାଙ୍କର ଉଚ୍ଚତମ ସୁଧ ହାର ଉପରେ ସେ ବିସ୍ତୃତ ସୂଚନା ଦେଇଥିଲେ। ଅପରପକ୍ଷରେ ୨୪ଘଣ୍ଟିଆ ବ୍ୟାଙ୍କିଙ୍ଗ୍‌ ସେବା ନିମନ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମକୁ ଆପଣେଇବା ପାଇଁ ପାତ୍ର ସମସ୍ତ ଗ୍ରାହକଙ୍କୁ ନିବେଦନ କରିଥିଲେ। ପରିଶେଷରେ ପଥରା ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Share