Categories: ବାଣିଜ୍ୟ

ଆଜିଓରେ ନୂତନ ବ୍ରାଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨ା୧୧: ରିଲାଏନ୍‌ସ ରିଟେଲ୍‌ର ଇ-କମର୍ସ ପ୍ଲାଟଫର୍ମ ‘ଆଜିଓ ବିଜ୍‌ନେସ’ ପକ୍ଷରୁ ଏକ ନୂତନ ବ୍ରାଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଥଲେସିଓର ବ୍ରାଣ୍ଡ୍‌ ଆକ୍ସଲରେଟ କମ୍ପାନୀର ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏପରିକି ଉକ୍ତ ବ୍ରାଣ୍ଡ୍‌ କ୍ରୀଡ଼ା ଓ ଫିଟନେସ୍‌ ଉତ୍ସାହୀମାନଙ୍କର ସ୍ବତନ୍ତ୍ର ଆବଶ୍ୟକତାଗୁଡ଼ିକୁ ପୂରଣ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତୀୟ କ୍ରିକେଟ ଦଳର ଯୁବ ଅଲ-ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ମଧ୍ୟ କମ୍ପାନୀ ତା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏ ସମ୍ପର୍କରେ ରିଲାଏନ୍‌ସ ରିଟେଲ୍‌ର ପ୍ରେସିଡେଣ୍ଟ ଓ ସିଇଓ (ଫେଶନ ଓ ଲାଇଫଷ୍ଟାଇଲ୍‌) ଅଖିଳେଶ ପ୍ରସାଦ କହିଛନ୍ତି, ଆକ୍ସଲରେଟ ନିଶ୍ଚିତ ଭାବେ ମୂଲ୍ୟ ପ୍ରତି ସଚେତନ ଥିବା ଗ୍ରାହକମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟ ଯୁକ୍ତ ଉପତ୍ାଦ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ବିଶେଷ କରି ଆମର କ୍ୟାମ୍ପେନ ‘ଡୋଣ୍ଟ ବ୍ରେକ୍‌,ଆକ୍ସଲରେଟ’ ଯୁବକମାନଙ୍କର ଉତ୍ସାହ ଓ ଆଗ୍ରହକୁ ଦର୍ଶାଇଥାଏ। ଯେଉଁମାନେ କଦାପି ହାର ନ ମାନିବାର ଆଭିମୁଖ୍ୟ ସହ କାର୍ଯ୍ୟ କରିଥାନ୍ତି।

Share