ଶାଶୁ ଘରେ ପ୍ରଥମ ରୋଷେଇରେ ହାଲୁଆ ତିଆରି କଲେ ହଂସିକା

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ତାଙ୍କ ପ୍ରେମିକା ସୋହେଲ କାଥୁରିଆ ରବିବାର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସ୍‌ରେ ସାତଫେରା ନେଇଛନ୍ତି। ନିକଟରେ ବିବାହ ପରେ ନବ ବିବାହିତ ଦମ୍ପତି ମୁମ୍ବାଇ ଫେରିଛନ୍ତି। ହଂସିକା ବର୍ତ୍ତମାନ ତାଙ୍କ ଶାଶୁ ଘରେ ଅଛନ୍ତି ଏବଂ ବିବାହର ସମସ୍ତ ଉତ୍ସବ ଏବଂ ରୀତିନୀତି ସେ ଉପଭୋଗ କରୁଛନ୍ତି। ତେବେ ଅଭିନେତ୍ରୀ ଶାଶୁ ଘରେ ପ୍ରଥମ ରୋଷେଇ କରିଛନ୍ତି। ରୀତିନୀତି ଅନୁଯାୟୀ, ନୂଆ ବୋହୂ ନିଜର ଶାଶୁଘର ଲୋକଙ୍କ ପାଇଁ ନିଜ ହାତରେ ରୋଷେଇ କରିବେ। ତେବେ ହଂସିକା ତାଙ୍କ ପ୍ରଥମ ରୋଷେଇରେ ହାଲୁଆ ତିଆରି କରିଥିଲେ। ସ୍ବାମୀ ସୋହେଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହଂସିକାଙ୍କ ପ୍ରଥମ ରୋଷେଇର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ହାଲୁଆ ପରସୁଥିବା ନଜର ଆସିଛନ୍ତି। ବିବାହ ପରେ ହଂସିକା ସୋହେଲଙ୍କ ସହ ତାଙ୍କ ବିବାହର ପ୍ରଥମ ଅଫିସିଆଲ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ନବ ବିବାହିତ ଦମ୍ପତିଙ୍କୁ ପ୍ରସଂଶକମାନେ ଅଭିନନ୍ଦନ ଜଣାଉଛନ୍ତି।

Share