ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ନିମ୍ନମାନର

କେନ୍ଦୁଝର,୧୬ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମୁଖ୍ୟାଳୟରେ ସରକାରଙ୍କ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ନେଇ ବ୍ଲକ୍‌ବାସୀ ସ୍ବାଗତ କରିଥିଲେ ହେଁ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଛି। ଏହାକୁ ନେଇ ଝୁମ୍ପୁରା ସରପଞ୍ଚ ବାରମ୍ବାର ସ୍ଥାନୀୟ ତହସିଲକୁ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏ ନେଇ କାମ ବନ୍ଦ କରି ମାନ ଯାଞ୍ଚ କରା ନ ଗଲେ ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସରପଞ୍ଚ ରେବତୀ ବିରୁଆ କହିଛନ୍ତି।
ଯେ, ଉକ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ କିଛି ବର୍ଷ ତଳେ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ସ୍ଥାନୀୟ ଲୋକେ ସାମିଲ ହୋଇ ସବୁ ସହଯୋଗ ଯୋଗାଇଦେଇଥିଲେ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ମୁଖ୍ୟତଃ ସୂଚନା ଫଳକ ନ ଥିବାରୁ କାମର ମୂଲ୍ୟ, ସମୟ ଅବଧି ତଥା ଅନ୍ୟାନ୍ୟ ସୂଚନା ଲୋକମାନେ ଜାଣିପାରୁନାହାନ୍ତି। ସେହିପରି ମାଟି/ମୋରମ ବଦଳରେ କଳାଗୁଣ୍ଡ ଯୁକ୍ତ ବର୍ଜ୍ୟ ବ୍ୟବହାର କରାଯାଉଛି। କଂକ୍ରିଟ କାମରେ ସିମେଣ୍ଟ, ବାଲି, ଚିପ୍ସ ଭାଗମାପ ଠିକ୍‌ ରହୁନାହିଁ। ରାସ୍ତାକଡ଼, ସରକାରୀ ସ୍ଥାନରୁ ଠିକା ସଂସ୍ଥା ମାଟି ଆଣି କାମରେ ବ୍ୟବହାର କରୁଛି। କାମରେ ବିଳମ୍ବ ହେଉଥିବାରୁ ଲୋକମାନଙ୍କ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ପ୍ରବଳ ଖରାରେ କାମ ହେଉଥିଲେ ହେଁ ପାଣି ସିଞ୍ଚନ ହେଉ ନ ଥିବାରୁ କଂକ୍ରିଟ୍‌ ଫାଟିଲାଣି। ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ କାମରେ ଲଗାଯାଇଥିବା ଏବଂ ଶ୍ରମ ଆଇନ ମୁତାବକ ସେମାନଙ୍କୁ ସର୍ବନିମ୍ନ ମଜୁରି, ସୁବିଧା, ସୁରକ୍ଷା ଆଦି ଦିଆଯାଉ ନାହିଁ। ଶ୍ରମ ବିଭାଗ ପକ୍ଷରୁ ଯାଞ୍ଚ ସହ ବ୍ଲକ୍‌, ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା ସୁକରମଣୀ ମୁଣ୍ଡା, ଲଳିତା ନାଏକ, ସାହଦେବ ସଏ, ଜେମା ମୁଣ୍ଡା, ଅଞ୍ଜଳୀ କୁମାରୀ, ରାସ ନାଏକ ପ୍ରମୁଖ ଲିଖିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇବା ସହ କପି ଜିଲାପାଳ, ଉପଜିଲାପାଳ, ୫-ଟି ସଚିବ, ପୋଲିସ ହାଉସିଂ ବୋର୍ଡ କର୍ପୋରେଶନଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଝୁମ୍ପୁରା ଭାରପ୍ରାପ୍ତ ତହସିଲଦାର ତଥା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଅଭିଯୋଗ ମିଳିଛି। ଘଟଣାସ୍ଥଳକୁ ଯାଇ ଯାଞ୍ଚ ପରେ ଠିକା ସଂସ୍ଥାକୁ ଠିକ୍‌ ଭାବେ କାମ କରିବାକୁ କୁହାଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri