Categories: ବାଣିଜ୍ୟ

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂଆ ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୨୭।୪: ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂଆ ପ୍ରଚାର ଅଭିଯାନ ‘ହାଲୋ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଳାସପୂର୍ଣ୍ଣ ବର୍ଗ ହାଲୋ ୱାଲ୍‌ ଫିନିସେସ୍‌ ପାଇଁ ଏକ ନୂଆ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଭାରତୀୟ ଗ୍ରାହକ ବିବେକବନ୍ତ ଏବଂ ତାଙ୍କ କାନ୍ଥ କିଭଳି ଦେଖାଯିବ, ତାହାକୁ ନେଇ ସେମାନେ ଅତିମାତ୍ରାରେ ସଚେତନ ମଧ୍ୟ ଅଛନ୍ତି। ତେବେ ଯେତେବେଳେ ପସନ୍ଦ କରିବା କଥା ଆସେ ସେତେବେଳେ ସେମାନେ ‘ଅବିଚାରିତ ଭାବେ ଖରିଦ’କରିଥାନ୍ତି ଏବଂ ତଦ୍ଦ୍ବାରା ସେମାନେ ଏହା କାହିଁକି ସର୍ବୋତ୍ତମ ତାହା ଅନେକ ସମୟରେ ନ ଜାଣି ସବୁଠାରୁ ଭଲ ଖରିଦ କରୁଥିବା ମନେକରନ୍ତି। ସେହିଭଳି ଟିବିଡବ୍ଲ୍ୟୁଏ ଦ୍ୱାରା ପରିକଳ୍ପନା କରାଯାଇଥିବା ଏହି ପ୍ରଚାର ଅଭିଯାନରେ ବଲିଉଡ୍‌ ସୁପରଷ୍ଟାର ଆଲିଆ ଭଟ୍ଟ ଓ ଆୟୁଷ୍ମାନ ଖୁରାନା ଅଭିନୟ କରୁଛନ୍ତି। ବିଶେଷକରି ଟାଟା ଆଇପିଏଲ୍‌-୨୦୨୩ ଅବସରରେ ଏହି ଟିଭିସିକୁ ଡିଜିଟାଲ ପଦ୍ଧତିରେ ପ୍ରସାରଣ କରାଯିବ ଏବଂ ତାହା ସହିତ ଏହା ସମସ୍ତ ଅଗ୍ରଣୀ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହେବ। ଏ ସମ୍ପର୍କରେ ଜେଏସଡବ୍ଲ୍ୟୁ ପେଣ୍ଟ୍‌ସର ଜଏଣ୍ଟ ଏମ୍‌ଡି ତଥା ସିଇଓ ସୁନ୍ଦରେସନ ଏ.ଏସ୍‌. କହିଛନ୍ତି, ଆମେ ଭବିଷ୍ୟତର ପେଣ୍ଟ୍‌ସ କମ୍ପାନୀ ନିର୍ମାଣ କରୁଥିବାବେଳେ ଗ୍ରାହକମାନଙ୍କୁ ଏକ ସୂଚିତ ପସନ୍ଦ ପ୍ରଦାନ କରାଇବାରେ ଆମର ଲକ୍ଷ୍ୟ ରହିଛି। ଏପରିକି ଏହି ପ୍ରଚାର ଅଭିଯାନ ଜରିଆରେ ଗ୍ରାହକମାନଙ୍କୁ ସଚେତନ କରାଇବ ସହ ବଜାର ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବା। ସେହିଭଳି ଅନେକ ସମୟରେ ଗ୍ରାହକମାନଙ୍କୁ କମ୍ପାନୀଗୁଡିକୁ ପକ୍ଷରୁ ଯାହା ବଜାର ଜରିଆରେ ଯୋଗାଇ ଦିଆଯାଉଛି, ତାହା କିଣିବାକୁ ସେମାନେ ଅନ୍ଧ ଭାବେ ଆଗେଇଯାଆନ୍ତି ଏବଂ ସେମାନେ କ’ଣ ପାଉଛନ୍ତି ତାହା ସେମାନଙ୍କୁ ମଧ୍ୟ ଜଣା ନ ଥାଏ। ଏପରିକି ଗ୍ରାହକଙ୍କୁ ଉସୁକାଇବାର ଏକ ମାଧ୍ୟମ ଭାବେ ସୱାଲିଆ ଗ୍ରାହକମାନଙ୍କୁ ପ୍ରଶ୍ନ ପଚାରିବା ଏବଂ ଠିକ୍‌ ପସନ୍ଦ କରିବାକୁ ପ୍ରେରିତ କରୁଛି।

Share