Categories: ବାଣିଜ୍ୟ

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଦୀପାବଳିକୁ ଅବିସ୍ମରଣୀୟ କରିବା ପାଇଁ ବ୍ରାଣ୍ଡ୍‌ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଇଛି। ସେହିଭଳି ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ କଳାକାର ପ୍ରକୃତି ମିଶ୍ରଙ୍କ ଅଭିନୀତ ବ୍ରାଣ୍ଡ୍‌ର ଏକ ନୂତନ ଟିଭି କମର୍ସିଆଲ (ଟିଭିସି)ର ବହୁଳ ପ୍ରସାରିତ ହୋଇଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍‌ଜୀ କହିଛନ୍ତି, ଆମେ ଆମର ନୂତନ ଅଭିଯାନ ‘ରୌନକ ହୈ ତୁମ୍‌ସେ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଅଭିଯାନ ଭାରତୀୟ ମହିଳାମାନଙ୍କର ସାମର୍ଥ୍ୟ, ମଜଭୁତପଣ ଏବଂ ଔଜଲ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରୁଛି।
ସେହିପରି ଚଳିତ ଦୀପାବଳିରେ ଖିମ୍‌ଜୀ ଜୁଏଲର୍ସ ସୁନାଗହଣା ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୫୦% ରିହାତି, ହୀରା ଗହଣା ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୦% ରିହାତି, ରୁପା ଅଳଙ୍କାର ଉପରେ ଫ୍ଲାଟ୍‌ ୨୫% ଛାଡ଼ ଏବଂ ରୁପା ସାମଗ୍ରୀର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ଛାଡ଼ କରାଯାଇଛି। ଏପରିକି ଅର୍ଦ୍ଧ ମୂଲ୍ୟବାନ୍‌ ବର୍ଗରେ ଏହି ବ୍ରାଣ୍ଡ୍‌ ଫ୍ୟାଶନ ଅଳଙ୍କାରର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ଛାଡ଼ ଏବଂ ୧୮କେ ସିଜେଡ ଅଳଙ୍କାରର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଫ୍ଲାଟ ୧୦% ରିହାତି ପ୍ରଦାନ କରୁଛି। ବିଶେଷକରି ଲକ୍‌ଜୁରି ଘଡ଼ି ବର୍ଗରେ ବ୍ରାଣ୍ଡ୍‌ ଉକ୍ତ ସାମଗ୍ରୀଗୁଡିକ ଉପରେ ୭୦% ପର୍ଯ୍ୟନ୍ତ ଆକର୍ଷଣୀୟ ଅଫର ପ୍ରଦାନ କରୁଛି।

Share