ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ( ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଅଭିଯାନ ‘ସେଲ୍ଫ-ସବ୍ସ୍କ୍ରିପ୍ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇ ଯୋଜନାରେ ସାମିଲ କରିବା ଲାଗି ଏହି ନୂତନ ସୁବିଧା ବା ଅଭିଯାନର ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଏସ୍ବିଆଇର ଗ୍ରାହକମାନଙ୍କ ଲାଗି ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇ ଯୋଜନାରେ ସାମିଲହେବା ଲାଗି ସେଲ୍ଫ-ସବ୍ସ୍କ୍ରିପ୍ସନର ସୁବିଧା ବା ଅଭିଯାନର ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କରେ ଉକ୍ତ ସୁୁବିଧା ଆରମ୍ଭ ହୋଇଥିବାରୁ ଗ୍ରାହକମାନେ ନିଜର ନିକଟସ୍ଥ ଶାଖା କିମ୍ବା ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ ନ କରି ନିଜ ସୁବିଧା ଅନୁଯାୟୀ ଉପରୋକ୍ତ ଯୋଜନାରେ ସାମିଲ ହୋଇପାରିବେ। ବିଶେଷକରି ଗ୍ରାହକମାନଙ୍କୁ ଜନ ସୁରକ୍ଷା ପୋର୍ଟାଲରେ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବର ଓ ଜନ୍ମ ତାରିଖ ଦାଖଲ ସହିତ ପ୍ରିମିୟମ୍ ପୈଠ କରିବା ପରେ ବୀମା ସାର୍ଟିଫିକେଟ୍ ତତ୍କାଳ ସୃଷ୍ଟି ହେବ। ସେହିଭଳି ପ୍ରଯୁକ୍ତି ଜରିଆରେ ସେବା ପ୍ରଦାନ କରି ଗ୍ରାହକଙ୍କୁ ସଶକ୍ତ କରିବା ଲାଗି ବ୍ୟାଙ୍କ କରୁଥିବା ଉଦ୍ୟମକୁ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ସମସ୍ତ ଯୋଗ୍ୟ ନାଗରିକଙ୍କୁ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇ ଯୋଜନାରେ ସାମିଲ କରାଇବା ଲାଗି ଭାରତ ସରକାରଙ୍କ ଉଦ୍ୟମକୁ ଏହି ସୁବିଧା ଆଗକୁ ବଢ଼ାଇବ ବୋଲି ସେ କହିଛନ୍ତି।