Categories: ବାଣିଜ୍ୟ

ଏସ୍‌ବିଆଇ ଲାଇଫର ନୂତନ ଅଭିଯାନ

ନୂଆଦିଲ୍ଲୀ, ୮।୨: ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଭିଯାନ ‘ଆପନେ ଲିଏ, ଆପନୋ କେ ଲିଏ’ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଏସବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍‌ କମ୍ୟୁନିକେସନ ଓ ସିଏସ୍‌ଆର୍‌ ମୁଖ୍ୟ ରବିନ୍ଦ୍ର ଶର୍ମା କହିଛନ୍ତି, ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଏସବିଆଇ ଲାଇଫ୍‌ ସଦାସର୍ବଦା ତତ୍ପର ରହିଛି। ଦେଶବାସୀଙ୍କୁ ଜାଗ୍ରତ କରିବା ଲାଗି ‘ରେସପନସିବଲ ଆମ୍ବିସନ’ର ଆବଶ୍ୟକତାରେ ବୃଦ୍ଧି ଘଟିଛି, ଯେଉଁଠାରେ ବ୍ୟକ୍ତିଗତ ସ୍ବପ୍ନ ସହ ପରିବାର ଦାୟିତ୍ୱ ତୁଲାଇବା ସମାଜର ଏକ ନିୟମରେ ପରିଣତ ହୋଇଛି। ଆମର ପ୍ରଚଳିତ ଅଭିଯାନ ବ୍ୟକ୍ତିଗତ ଅଭିଳାଷ ଓ ପରିବାର ଦାୟିତ୍ୱ ଭିତରେ ଥିବା ସନ୍ତୁଳନକୁ କୃତଜ୍ଞତାର ସହ ପାଳନ କରୁଛି ଯାହା ଏସବିଆଇ ଲାଇଫ୍‌କୁ ନିର୍ଧାରଣ କରୁଥିବା ବିଶ୍ୱାସ, ଭରସା ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Share