Advertisement

ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ତଥା ଟାଟା ପାୱାର(ଟିପି) ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ (ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌, ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌, ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ର୍ରିବ୍ୟୁଶନ ଲିମିଟେଡ୍‌ ଏବଂ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌) ର ନୂତନ ଅଭିଯାନ ‘ନୂଆ ଆରମ୍ଭ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ଏହି ଅଭିଯାନ ସ୍ବତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଛି,ଯେଉଁମାନେ କ୍ୟାରିୟରରୁ ସାମାନ୍ୟ ଅବ୍ୟାହତି ନେଇଥିଲେ ଏବଂ ବର୍ତ୍ତମାନ କାର୍ଯ୍ୟକ୍ଷେତ୍ରରେ ପୁନର୍ବାର ପ୍ରବେଶ କରିବାକୁ ଚାହଁୁଛନ୍ତି। ଏହି ଅଭିଯାନ କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ ଏକ ସହାୟକ ଏବଂ ଅନ୍ତର୍ଭୁକ୍ତୀକରଣ ପରିବେଶ ସୃଷ୍ଟିକରିବା ପାଇଁ ରହିଥିବା ପ୍ରତିବଦ୍ଧତାର ଏକ ପ୍ରମାଣ ବୋଲି କୁହାଯାଉଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ନେଇ ଉଷା ପାଢ଼ୀ ମହିଳା କର୍ମଚାରୀଙ୍କ ପାଇଁ କାର୍ଯ୍ୟ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ଅବଲମ୍ବନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏପରିକି ସେ କାର୍ଯ୍ୟରେ ଯୋଗଦେଇଥିବା ନୂଆ ପ୍ରାର୍ଥତ୍ନୀମାନଙ୍କୁ ଦ୍ୱିତୀୟ କ୍ୟାରିୟର ଆରମ୍ଭ କରୁଥିବାରୁ ନିଜର ପ୍ରେରଣା ଏବଂ ଶୁଭେଚ୍ଛା ଜଣାଇଥିଲେ। ଉକ୍ତ ସମାରୋହରେ ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଉଷା ପାଢ଼ୀ଼ ସେମାନଙ୍କର ଯୋଗଦାନ କିଟ୍‌ ପ୍ରଦାନ କରିଥିଲେ। ଏପରିକି ସେମାନେ ଏକ ବିରତି ପରେ କାର୍ଯ୍ୟକ୍ଷେତ୍ରକୁ ଫେରିବାର ନିଜ ନିଜର ହୃଦୟସ୍ପର୍ଶୀ କାହାଣୀ ବାଣ୍ଟିଥିଲେ। ପାଢ଼ୀ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକୁ ଏଭଳି ଏକ ଅନନ୍ୟ ଏବଂ ପ୍ରଶଂସନୀୟ ପଦକ୍ଷେପ ଆରମ୍ଭ କରିଥିବାରୁ ପ୍ରଶଂସା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel