Categories: ଜାତୀୟ

ଏବେ କ୍ୟାନସର ଭଲ କରିବ ଏହି ଔଷଧ

ନୂଆଦିଲ୍ଲୀ,୪।୮: ଏବେ କ୍ୟାନସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ବେଜ୍ଞାନିକଙ୍କ ଅନୁଯାୟୀ, ଏହି ଔଷଧ ଶରୀରର ସୁସ୍ଥ କୋଷକୁ କ୍ଷତି ନ କରି କେବଳ କ୍ୟାନସର ଜନିତ ଟ୍ୟୁମରକୁ ନିପାତ କରିବ।

ସୂଚନାଯୋଗ୍ୟ, ୧୯୯୬ରେ ଜନ୍ମ ହୋଇଥିବା ଶିଶୁ କନ୍ୟା ଆନା ଅଲିଭିଆ ହେଲିଙ୍କ ଦ୍ୱାରା ଏହି ଔଷଧର ନାମ ଦିଆଯାଇଛି। ତାଙ୍କର ନ୍ୟୁରୋବ୍ଲାଷ୍ଟୋମା ନାମକ କ୍ୟାନସର ହୋଇଥିଲା। ଆନା ଏହି ରୋଗରେ ପୀଡିତ ହୋଇ ୨୦୦୬ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଓଏଚ୧୯୯୬ ନାମ ରଖାଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ବେଜ୍ଞାନିକମାନେ ଆଶା କରିଛନ୍ତି ଯେ, ଭବିଷ୍ୟତରେ ଏହି ଔଷଧ ଦ୍ୱାରା ଅଧିକ ପିଲାଙ୍କ ଜୀବନ ବଞ୍ଚାଇବା ହେବ। ନ୍ୟୁରୋବ୍ଲାଷ୍ଟୋମା କେବଳ ପିଲାଙ୍କଠାରେ ଦେଖାଯାଇଥାଏ। ଏହା ହେଉଛି ଆଡ୍ରେନାଲ ଗ୍ରନ୍ଥିର କ୍ୟାନସର, ଯାହା ପିଲାଙ୍କ ପେଟ, ଛାତି ଓ ଗଳାର ଅସ୍ଥିରେ ବିକଶିତ ହୋଇଥାଏ।

Share